ଭୁବନେଶ୍ୱର ,ବିଜେପି ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର।ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।ରାଜ୍ୟ ବିଜେପି ଉପସଭାପତି ଥିଲେ ଲେଖାଶ୍ରୀ ସାମନ୍ତସିଂହାର। ୧୦ ବର୍ଷ ଧରି ସକ୍ରିୟ କର୍ମୀ ଭାବେ ଦଳରେ ଥିଲେ। ସୋସିଆଲ ମିଡିଆ ଜରିଆରେ ସେ ଦଳ ଛାଡିଥିବା ନେଇ ସୂଚନା ଦେଇଛନ୍ତି।
ଇସ୍ତଫା ପରେ କଂଗ୍ରେସ କିମ୍ବା ବିଜେଡି,କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ।ତେବେ ବିଜେଡିରେ ଯୋଗ ଦେବା ସମ୍ଭାବନା ଅଧିକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଲେଖାଶ୍ରୀ ହେଉଛନ୍ତି ନୀଳଗିରିର ବୋହୂ।ଯାହା ବାଲେଶ୍ୱର ଲୋକସଭା କ୍ଷେତ୍ରରେ ଯାଉଛି।ଏଯାଏ ବିଜେଡି ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ।ପୂର୍ବରୁ ଦଳ ୬ ଜଣ ମହିଳାଙ୍କୁ ଲୋକସଭା ପ୍ରାର୍ଥୀ ଘୋଷଣା କରି ସାରିଛି।ଉଭୟ ନୀଳଗିରି ବିଧାନସଭା ଓ ବାଲେଶ୍ୱର ଲକସଭା ଆସନ ଘୋଷଣା ବାକି ଅଛି ବିଜେଡିର।





